Tuesday, October 21, 2014

ଅର୍ଜୁନ କଂ ଶେଷ ପ୍ରଶ୍ନ

ଅର୍ଜୁନ କଂ ଶେଷ ପ୍ରଶ୍ନ
ଦେବୀ ପ୍ରସାଦ ଚୌଧୁରୀ
ଲସ୍ ଅନ୍ଗେଲେସ୍ , କାଲିଫରନିଆ

(This poetry was written on 12/20/2009, when I was in Tokyo, Japan for three months. I was alone and traveling on Bullet Train and thinking about the war. This poetry describes the answer of Sri Krishna if Arjuna were to ask him now "Was the Kurukshetra war necessary?"

Some time in future, I shall make it english.)

ଶଯ୍ୟାଶାୟୀ ବାସୁଦେବ ରକ୍ତାକ୍ତ ଶରୀରେ
ଈହ ଲିଳା ଶେସ କରି ସ୍ବର୍ଗ ମୁଖେ ଯିବା ପ୍ରତିକ୍ଷା ରେ

ପା ର୍ଥ ଅଗମନେ ହସ ଫୁଟିଲା ଶ୍ରୀ ମୁଖେ
କହିଲେ
ଅଶହେ କିରିଟୀ , ବିତାଈବା ଏ ଧରାରେ ଆଉ ଦୁଇ ଦଣ୍ଡ |

ଦେଖି ଶ୍ରୀକୃଷ୍ଣ କଂ ଅସହ୍ୟ ଯନ୍ତ୍ରଣା
ଅର୍ଜୁନ କ୍ନୁ ମନେ ହେଲା
ଧର୍ମ , ନ୍ୟାୟ , ସତ୍ୟ ସବୁ , ଧରାରେ କେଉଁଠି ରହିଲା |
ଏଇ  ସେ ମାଧବ
ଯିବନର ସମସ୍ତ ମୁହୁର୍ତ
ବିସ୍ବ ପାଈ କରି ସମର୍ପିତ ,


 ଅଧର୍ମ ର ନାଶ କରି , ଧର୍ମ ସ୍ଥାପିବକୁ
ଅଣୀଥିଲେ ଅଲୌକିକ ଜ୍ଞାନ
ଜ୍ଞାନ, ତର୍କ , ସବୁ ସାରି ସକ୍ତିର ପ୍ରୟୋଗେ

ଚେଷ୍ଟା କଲେ ସ୍ଥାପିବକୁ ବିଶାଳ ଭୂସ୍ବର୍ଗ
ଅସହାୟ ପ୍ରଭୁ ଏବେ
ଦ୍ରଷ୍ଟା ହେଲେ ଅଧର୍ମ ଉତ୍ହନେ |

ଶ୍ରୀଚରଣେ ହସ୍ତ ରଖି , ପଚାରି କୁଶଳ ,
କହିଲେ ଅର୍ଜୁନ ,

ହେ କେଶବ
ୟୁଦ୍ଧ କଲି ତୁମରି ଅଦେଶେ
ଭାବିଥିଲି ହୋଇଯିବ ଧର୍ମର ସ୍ଥାପନା
ଅଧର୍ମର ନାଶ |

ବିଶ୍ବ ବାଶୀ ନ ଲୋଡିବେ ସ୍ବର୍ଗ
ଅସ୍ଥା କଲି ତୁମରୀ ବାକ୍ୟରେ
"ଅହମାତ୍ମା ଗୁଡାକେଶ ସର୍ବ ଭୁତା ସୟ ସ୍ତିତ "
ବାସ କରି ସମସ୍ତ ହୃଦୟେ
ଭିଖରିବ ସ୍ବର୍ଗ ସୁଖ , କରୁଣା , ମମତା ,

ଜ୍ଞାନ ଦେଲ ରଣ କ୍ଷେତ୍ରେ ଦୁର କଲ ଶଂକା |
ଦୃଢ଼ ହେଲି , ପ୍ରଣ କଲି , କର୍ତବ୍ୟ କରବି
ବୃତ୍ତି ମୋରୋ ଖ୍କତ୍ରିୟ ର ଧର୍ମ
ୟୁଦ୍ଧ କରି କରିବାକୁ ଧର୍ମ ର ସ୍ଥାପନା |

ଜ୍ଞାନୀ ହେଲି ତୁମ ବକ୍ୟେ
ଜ୍ଞାନୀ ହେବେ ନର ନାରୀ ୟୁଗ ୟୁଗ ଧରି |

କିନ୍ତୁ ପ୍ରଭୁ ! ଅଜ୍ଞା ହେଲେ ପଚାରିବି
ଶେଷ ପ୍ରଶ୍ନ୍ନ ମୋର |

ମୃଦୁ ହସି କହିଲେ ସର୍ବଜ୍ଞ ଶ୍ରୀଧର --

ଅସିଥିଲି କରିବାକୁ ଧର୍ମର ସ୍ଥାପନା
ଚେସ୍ଟ୍ଟା କଲି , ୟୁଦ୍ଧ କଲି, ୟୁଦ୍ଧ କରାଇଲି
ଅଧର୍ମୀ ର ନାଶ ହେଲା , ଯୋଗ୍ୟ ହେଲେ ନୃପ

କିନ୍ତୁ ଧର୍ମର ସମ୍ପୁର୍ଣ ସ୍ଥାପନା ..?

କୁହ  ପା ର୍ଥ  ! ସମାଚାର ହସ୍ତୀନାପୁରର

ବ୍ୟକ୍ତ କର ତବ ସଂକା
ହେଉ ବୃଦ୍ଧି ଜ୍ଞାନ ର ଭଣ୍ଡାର
ଭବିଷ୍ୟ ର ନର ନାରୀ ପାଈଂ  |

ହସ୍ତିନା ରେ ନର ନାରୀ ଭୋଗୁଛନ୍ତି ତବ କୃପା
ତବ ଅଶୀର୍ବାଦ

ମାତ୍ର ପ୍ରଭୁ ! କହିବାକୁ ହେଉଚି କୁଣ୍ଠିତ
ହସ୍ତିନା ର ଦ୍ବାରିକା ର ବହୁ ସମାନ୍ତର

କର୍ମ ଭୀରୁ ନରନାରୀ ଆଳସ୍ୟର ଦାସ
ଧୀରେ ଧୀରେ ଛାଡୁଛନ୍ତି ଆତ୍ମା ର ବିସ୍ବାସ |

ଦେଖି ସ୍ବଜନ ପ୍ରଜାକ୍ଣୂ
ମନେ ମୋର ଉପୁଜଇ ପ୍ରଶନ୍ନ

ୟେ ସମାଜ ଲାଗି କିବା କୁରୁକ୍ଷେତ୍ର ୟୁଦ୍ଧ ପ୍ରୟୋଜନ ?

ହରାଇଲି ପିତାମହ ଭୀଷ୍ମ୍ମ , ଗୁରୁବର ଦ୍ରୋଣ
ପ୍ରିୟ ପୁତ୍ର ଅଭିମନ୍ୟୁ , ପୁଣି ଭ୍ରାତା କର୍ଣ ,

ହରାଇଲା ଜମ୍ବୁ ଦୀପ
ଶତ ଶତ ଅଗଣିତ ବୀର ସୈନ୍ୟ ଗଣ
ଅଜି ପ୍ରଭୁ ଭୋଗୁ ଅଛୁ ତାର ପରିଣାମ |

ଉଚ୍ଚର୍ଂ ଖଳ ସୈନ୍ୟ  ପୁତ୍ର , ଅଳ୍ପ ଶିକ୍ଷା ସାରି
ଅସୃଛନ୍ତି ସୁଖ ପାଈঁ ମଦ୍ୟା ପାନ , ନାରୀ ,
ସ୍ବାମୀ ହୀନ ସୈନ୍ୟ ପତ୍ନୀ ଅଶ୍ର| କଲେ ଅନ୍ୟ ପୁରୁଶଂକୁ --

ଏହା ଯଦି ଧର୍ମ ପ୍ରଭୁ , ଯାହା ପାଈଁ କଲେ ଆମେ
କୁରୁକ୍ଷେତ୍ର ୟୁଦ୍ଧ,
ଭୟ ଲାଗେ ଚିନ୍ତା କରି
ଭବିଷ୍ୟ ର ୟୁଦ୍ଧ ଆଉ ତାର ପରିଣାମ |

ୟୁଦ୍ଧକଲେ
ଅଧର୍ମୀ ର ନାଶ ହେଲା
ଅଧର୍ମ ରହିଲା  |

ଧୀରେ ଧୀରେ  ନରନାରୀ ହେଲେ କଳୁଷିତ ,
ୟୁଦ୍ଧପରେ , ଧର୍ମ ଭୀରୁ ନରନାରୀ ଅଶ୍ରିଲେ ଅଧର୍ମ ,
ଧନ ସଂଚି ପ୍ରମାଣିଲେ ଜ୍ଞାନ ନିରର୍ଥକ |

ଜ୍ଞାନହୀନ ଧନ ର ପ୍ରୋକୋପେ
ଇନ୍ଦ୍ରୀୟ ର ବାସନା କୁ ମଣି ନେଲେ ଭୋଗୋ |

କୁରୁକ୍ଷେତ୍ର ୟୁଦ୍ଧ ହୋଇ ବହୁ ବର୍ଷ ପରେ ,
ମନେ ପୁଣି ପ୍ରଶ୍ନ ଉଠେ ,
ୟୁଦ୍ଧ କଣ ସତେ ପ୍ରୟୋଜନ ???

ଯାଅ କୃଷ୍ଣ ସ୍ଵର୍ଗ ମୁଖେ ଛାଡି ଏ ଧରାକୁ ,
ଏ ସମାଜ, ଏ ମନବ ପୂଜୁଥିବ ତବ ଶ୍ରୀବ୍ୟକ୍ୟକୁ  ||

ଶୁଣି ପର୍ଥ ର ଯିଜ୍ଞାସା ,
କ୍ଷୀଣ କଂଠେ ସୁଣା ଗଲା ଶ୍ରୀମୁଖ ରୁ ଅମୃତ ବଚନ |

ହେ ଅର୍ଜୁନ ,
କୁରୁକ୍ଷେତ୍ର ୟୁଦ୍ଧ ନୁହେ ଶେଷ ୟୁଦ୍ଧ ,
ୟୁଦ୍ଧ ହେବ ଏ ଧରାରେ ୟୁଗ ୟୁଗ ଧରି |

ମୁ ଁ ରହିବି , ନୀଳାଚଳେ ମୂକ ହୋଇ,
ନ ଦେବି ମୁ ଁ କେବେ ପୁଣି ୟୁଦ୍ଧ ର ପ୍ରେରଣା |

ହେବି ଦ୍ରଷ୍ଟା ,
ପ୍ରତି ବର୍ଷ କରିବି ମୁ ଁ ଶାନ୍ତି ରଥ ଯାତ୍ରା |
ଏହା ହେବ  କୁରୁକ୍ଷେତ୍ର ୟୁଦ୍ଧ ପାଇ ଁ,
ମୋର ପ୍ରାୟସ୍ଚିତ ||